ଆଜିଠୁ ନନ୍ଦନକାନନରେ ଚାଲିବ ରୋପୱେ

ଭୁବନେଶ୍ୱର – ଆଜିଠୁ ନନ୍ଦନକାନନରେ ଉଦଘାଟିତ ନୂଆ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ। ଗତକାଲି ନୂଆ ରୋପୱେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଉଦଘାଟନ କରିଥିଲେ । କାଞ୍ଜିଆ ହ୍ରଦ ଉପର ଦେଇ ନନ୍ଦନକାନନରୁ ରାଜ୍ୟ ବଟାନିକାଲ ଗାର୍ଡେନ ପ୍ରାୟ ୬୨୦ ମିଟର ଦୂରତାକୁ ଯୋଡ଼ିଛି ଏହି ରୋପୱେ। ଏହାର ଉଚ୍ଚତା ହେଉଛି ପ୍ରାୟ ୪୦ ମିଟର। ରୋପୱେରେ ୧୨ଟି କ୍ୟାବିନ ରହିଛି । ପ୍ରତି କ୍ୟାବିନରେ ୬ ଜଣ ଯାତ୍ରୀ ଯାଇପାରିବେ । ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ସ୍ଥାପନ କରାଯାଇଛି ରୋପୱେ ।

Comments are closed.