ବିଧାନସଭାର ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ପୋଲିସ ଡିଜି

ଭୁବନେଶ୍ୱର – ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳିନ ଅଧିବେଶନ ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜିପି ସୁନୀଲ ବଂଶଲ।

ବିଧାନସଭା ସୁରକ୍ଷା ପାଇଁ ୨୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି। ଡିସିପିଙ୍କ ତତ୍ତ୍ୱାବଧାନରେ ୮ ଅତିରିକ୍ତ ଡିସିପି ଓ ୧୬ ଏସିପି ରହିବେ ସୁରକ୍ଷା ଦାୟିତ୍ବରେ ରହିବେ ।ଏଥିସହ କ୍ୟୁଆରଟି, ବୋମା ସ୍କ୍ୱାଡ୍ ଓ ୨୦ ଜଣ ଇନସ୍ପେକ୍ଟର ମୁତୟନ ହେବେ । ବିଧାନସଭା ସିସିଟିଭି ନଜରରେ ରହିବ ଓ ଆବଶ୍ୟକ ପଡିଲେ ଡ୍ରୋନ୍‌ର ସହାୟତା ନିଆଯିବ ।

Comments are closed.