ଗୀତା ଉପଦେଶ: ଯେଉଁମାନେ ଜ୍ଞାନ ମାର୍ଗ ଅନୁସରଣ କରନ୍ତି, ସେମାନେ ନିଜକୁ ଭଗବାନଙ୍କ ଠାରୁ ଅଭିନ୍ନ ମନେକରନ୍ତି

ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ନିଜର ସ୍ୱରୂପ ସମ୍ବନ୍ଧରେ କହିଛନ୍ତି-

ଜ୍ଞାନଯଜ୍ଞେ,ନ ଚାପ୍ୟନ୍ୟେ ଯଜନ୍ତୋ ମାମୁପାସତେ। ଏକତ୍ୱେନ ପୃଥକ୍‌ତ୍ୱେନ ବହୁଧା ବିଶ୍ୱତୋମୁଖମ୍।

ଅର୍ଥାତ ଯେଉଁମାନେ ଜ୍ଞାନ ଯଜ୍ଞ କରନ୍ତି, ସେମାନେ ମୋର ଉପାସନା ବିଭିନ୍ନ ଭାବରେ କରନ୍ତି । କେତେଜଣ ଅଦ୍ୱୈତ ରୂପରେ ଅର୍ଥାତ ମୋତେ ସେମାନଙ୍କ ଠାରୁ ଅଭିନ୍ନ ଏବଂ ଆଉ କେତେଜଣ ମୋତେ ସେମାନଙ୍କ ଠାରୁ ପୃଥକ ମନେ କରିଥାଆନ୍ତି । ଅନ୍ୟ କେତେଜଣ ମୋର ସର୍ବବ୍ୟାପୀ ବିଶ୍ୱରୂପର ଉପାସନା କରିଥାଆନ୍ତି।

Comments are closed.