ଭୁବନେଶ୍ୱରରେ ଦେଶର ପ୍ରଥମ ଏଆଇଏଫଏଫ – ଫିଫା ଟ୍ୟାଲେଣ୍ଟ ଏକାଡେମୀର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଦେଶର ସ୍ପୋର୍ଟସ ହବ୍ ପାଲଟିଥିବା ଭୁବନେଶ୍ୱରରେ ଆଜି ଭାରତୀୟ ଫୁଟବଲ ମହାସଂଘ ( ଏଆଇଏଫଏଫ) ଓ ଆନ୍ତର୍ଜାତିକ ଫୁଟବଲ୍ ମହାସଂଘ ( ଫିଫା )ର ଟ୍ୟାଲେଣ୍ଟ ଏକାଡେମୀ। ଏହା ହେଉଛି ଭାରତରେ ଏ ଧରଣର ପ୍ରଥମ ଫୁଟବଲ ଟ୍ୟାଲେଣ୍ଟ ଏକାଡେମୀ। ଆନ୍ତର୍ଜାତିକ ଫୁଟବଲ୍ ମହାସଂଘ -ଫିଫା ସହଯୋଗରେ ଭାରତୀୟ ଫୁଟବଲ୍ ମହାସଂଘର ଏହି ବିଶ୍ୱସ୍ତରୀୟ ଟ୍ୟାଲେଣ୍ଟ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିବେ । ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହିବେ ଫିଫାର ଗ୍ଲୋବାଲ ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସ୍କିମର ମୁଖ୍ୟ ତଥା ପ୍ରସିଦ୍ଧ ମ୍ୟାନେଜର ( କୋଚ୍ ) ଆର୍ସେନ ୱିଙ୍ଗର ଓ ଭାରତୀୟ ଫୁଟବଲ ମହାସଂଘ ସଭାପତି କଲ୍ୟାଣ ଚୋବେ । ଫିଫାର ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସ୍କିମ୍ ଅଧୀନରେ ଫୁଟବଲ ଟ୍ୟାଲେଣ୍ଟ ଏକାଡେମୀ ଭାରତରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଆରମ୍ଭ କରାଯାଉଛି । ଏକାଡେମୀ ଉଦଘାଟନ ସମାରୋହ ପାଇଁ ଫିଫା ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସ୍କିମର ମୁଖ୍ୟ ଆର୍ସେନ ୱିଙ୍ଗର ଗତକାଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭାରତରେ ଫିଫାର ପ୍ରଥମ ଟ୍ୟାଲେଣ୍ଟ ଏକାଡେମୀ ଭୁବନେଶ୍ୱରରେ ଆରମ୍ଭ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି।

Comments are closed.