ବ୍ରହ୍ମକୁମାରୀ ଅନୁଷ୍ଠାନର ନୂତନ ଭାରତରେ ନୂତନ ଶିକ୍ଷା ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ସମ୍ବଲପୁର: ରାଷ୍ଟ୍ରପତିଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ନୂତନ ଭାରତରେ ନୂତନ ଶିକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁର ସହର ଉପକଣ୍ଠ କିଲାସମାସ୍ଥିତ ପାୱନ ସରୋବରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଉଦବୋଧନ ଦେଇଛନ୍ତି।

ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଦ୍ବାରା ଛାତ୍ରଛାତ୍ରୀ ସମାଜ ପ୍ରତି ଉତ୍ତରଦାୟିତ୍ଵ ନିର୍ବାହ କରିପାରିବେ। ସେବା, ସମାନତା ଏବଂ ଦୟା ପରି ମାନବୀୟ ଗୁଣ ହିଁ ଶିକ୍ଷାର ଆଧାର ହେଉ। ଛାତ୍ର ଓ ଯୁବ ସମାଜ ଏହି ମହତ ଗୁଣକୁ ଆୟୁଧ କଲେ ସୁସ୍ଥ ସମାଜର ପରିକଳ୍ପନା ସମ୍ଭବ ବୋଲି ଶ୍ରୀମତି ମୁର୍ମୁ କହିଛନ୍ତି। ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସମାଜରେ ଚରିତ୍ର ଗଠନ ଦ୍ବାରା ପ୍ରତିଟି ମଣିଷର ସୁଖ, ଶାନ୍ତି ପାଇଁ ଅହରହ କାମ କରୁଥିବାରୁ ଶ୍ରୀମତି ମୁର୍ମୁ ଖୁସି ପ୍ରକାଶ କରିଛନ୍ତି। ଏଥିରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ ଏବଂ ବ୍ରହ୍ମକୁମାରୀ ଅନୁଷ୍ଠାନର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comments are closed.