ବିଧାନସଭାରେ ଓଡ଼ିଶା ଭୂ-ସଂସ୍କାର ଆଇନ୍ ( ଦ୍ୱିତୀୟ ସଂଶୋଧନ) ବିଲ୍ ପାରିତ, ସିକିମ୍ ଚାଷୀ ହେବେ ଉପକୃତ

ଭୁବନେଶ୍ୱର – ବିଧାନସଭାରେ ଗୃହୀତ ହୋଇଛି ଓଡ଼ିଶା ଭୂ-ସଂସ୍କାର ଆଇନ୍ ( ଦ୍ୱିତୀୟ ସଂଶୋଧନ) ବିଲ୍ ୨୦୨୩ । ବିଲ୍ ପାରିତ ହେବା ପରେ ଏଣିକି ସିକିମ ସତ୍ତା ଥିବା ଉପଚାଷୀ ଓ ଉପରୟତମାନଙ୍କୁ ମିଳିପାରିବ ଜମିର ମାଲିକାନା । ଆଇନରେ ସଂଶୋଧନ ପରେ ସିକିମ୍ ଜମି ଚାଷ କରୁଥିବା ୧୮ଟି ଜିଲ୍ଲାର ପ୍ରାୟ ତିନି ଲକ୍ଷ ଚାଷୀ ସିଧାସଳଖ ଉପକୃତ ହେବେ । ସେମାନଙ୍କୁ ଜମିର ପଟ୍ଟା ମିଳିବା ସହ ଜମିର କିଣାବିକା କରିପାରିବେ । ଗତ ଅକ୍ଟୋବର ମାସରେ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ୧୯୭୭ ପର୍ଯ୍ୟନ୍ତ ସିକିମ ଚାଷୀମାନେ କେବଳ ପାଇ ଚାଷ ଜମିର ମାଲିକାନା ପାଇଥିଲେ । ସଂଶୋଧିତ ବିଲ୍ ଫଳରେ ଚାଷୀମାନଙ୍କୁ ଉଭୟ ଚାଷ ଜମି ଓ ବାସଗୃହର ମାଲିକାନା ମିଳିବ ।

Comments are closed.