ବ୍ରହ୍ମପୁର: ବଡ଼ବଜାର ଥାନା ପୋଲିସ ଗୁରୁବାର ମଧ୍ୟାହ୍ନରେ ଏକ ଅପମିଶ୍ରିତ ଘିଅ ତିଆରି କାରଖାନା ଉପରେ ଚଢ଼ାଉ କରିଛି। ଆଗକୁ ଦୀପାବଳି ପର୍ବ ଥିବା ବେଳେ ଅସାଧୁ ବେପାରୀମାନେ ଅଧିକ ଲାଭ ଉଠାଇବା ଲୋଭରେ ଅପମିଶ୍ରିତ ଘିଅ ପ୍ରସ୍ତୁତ କରି ବଜାରକୁ ଛାଡୁଥିଲେ। ଏହି ସୂଚନା ପାଇ ବ୍ରହ୍ମପୁର ଏସପି ଡ଼ା. ସର୍ବଣା ବିବେକ ଏମ୍ ଚଢ଼ାଉ ନିର୍ଦ୍ଦେଶ ଦେଇଥିଲେ। ହାଉସିଂ ବୋର୍ଡ କଲୋନୀର ଇପାରୀ ରାଜେଶ୍ୱର ପାତ୍ର (୫୩) ଓ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବଡ଼ବଜାର ଥାନାରେ କେସ୍ ନମ୍ବର ୪୪୧/୨୦୨୩ରେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ଏବଂ ଅନ୍ୟାନ୍ୟ ଦଫାରେ କେସ୍ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
ଇପାରୀ ରାଜେଶ୍ୱର ପାତ୍ର ତାଙ୍କ ଭାଇ ଓ ଅନ୍ୟ କେତେ ଜଣଙ୍କ ସହ ମିଶି ପୋଡ଼ା ତେଲ, ଜଳିଗଲା ମୋବିଲ୍, ନିମ୍ନମାନର ପାମ୍ ଅଏଲ୍, ବିପଦପୂର୍ଣ୍ଣ କେମିକାଲ୍ ଭଳି ବିଭିନ୍ନ ବର୍ଜ୍ୟବସ୍ତୁ ବ୍ୟବହାର କରି ଶ୍ରୀ ମା’ ଦୁର୍ଗା ଘିଅ ପ୍ରସ୍ତୁତ କରୁଥିଲେ। ସେମାନେ ଘିଅ ପ୍ୟାକେଟ୍ ପ୍ୟାକ୍ କରିବା ପାଇଁ ଅତ୍ୟାଧୁନିକ ଅଟୋମେଟିକ୍ ପ୍ୟାକେଜିଂ ମେସିନ୍ ବ୍ୟବହାର କରୁଥିଲେ। ଘିଅ ପ୍ୟାକେଟର ଟ୍ରେଡ୍ ଲାଇସେନ୍ସ ମାର୍କ, ଉତ୍ପାଦନ ତାରିଖ, ଏକ୍ସପାଏରୀ ତାରିଖ ଇତ୍ୟାଦି ନ ଥିଲା। କମ୍ପାନୀର ମାଲିକ ରାଜ୍ୟର ଅନେକ ସ୍ଥାନରେ ଏପରିକି ରାଜ୍ୟ ବାହାରେ ମୁଖ୍ୟତଃ ଆଭ୍ୟନ୍ତରୀଣ ଅଞ୍ଚଳର ଗରିବ, ନିରକ୍ଷର ଲୋକଙ୍କୁ ଟାର୍ଗେଟ କରି ସେହି ଘିଅ ବିକ୍ରି କରୁଥିଲେ ଯେଉଁମାନେ ଇଂରାଜୀ ପଢ଼ି ପାରୁନାହାନ୍ତି। ଏଭଳି ଅଖାଦ୍ୟ ଘିଅ ଖାଇବା ମାନବ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଗରିବ ଲୋକଙ୍କୁ ଠକିବା ପାଇଁ ଘିଅ ପଠାଉଥିଲେ। ଟ୍ରେଡ୍ ଲାଇସେନ୍ସ ଏବଂ ଖାଦ୍ୟ ତୈଳ ଓ ଘିଅ ବିକ୍ରି ପାଇଁ ଉଦ୍ଦିଷ୍ଟ ପୌରପାଳିକା ଲାଇସେନ୍ସର ମଧ୍ୟ ଅବଧି ଶେଷ ହୋଇଯାଇଛି।
Comments are closed.