ରାଜ୍ୟରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ୮ ମୃତ

ଭୁବନେଶ୍ୱର – ରାଜ୍ୟରେ ଆଜି ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ଜୀବନ ଯାଇଛି। ମାଲକାନଗିରି ଜିଲ୍ଲା ହନ୍ତାଳଗୁଡା ଘାଟିରେ ସିମେଣ୍ଟ ଓ ଲୁହା ରଡ୍ ବୋଝେଇ ଟିପ୍ପର ଓଲଟି ପଡିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୭ ଜଣ ଆହତ ହୋଇଛନ୍ତି। ଟିପ୍ପରଟି ଚିତ୍ରକୋଣ୍ଡାରୁ ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବକୁ ଯାଉଥିଲା ବେଳେ ଘାଟିରେ ଓଲଟି ପଡିଥିଲା।

ଏଣେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସୁବଳୟା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏକ କାର୍ ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦଶପଲ୍ଲା ଏନ୍‌ଏସିର ଗୋକୁଳାନନ୍ଦ ନାୟକ, ପରମେଶ୍ୱର ଜାନୀ ଓ ଦୀପଦ ମେଦିନ ରାୟ। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

Comments are closed.