ମାଲକାନଗିରି ଘାଟି ଦୁର୍ଘଟଣାରେ ୬ ଶ୍ରମିକଙ୍କ ମୃତଦେହ ଜନ୍ମମାଟିରେ ପହଞ୍ଚିଲା , ଆଜି ଶେଷକୃତ୍ୟ 

ନବରଙ୍ଗପୁର – ମାଲକାନଗିରିର ହନ୍ତାଳଗୁଡା ଘାଟିରେ ଗତକାଲି ଏକ ସିମେଣ୍ଟ ଓ ଲୁହା ରଡ୍ ବୋଝେଇ ଟ୍ରକ ଓଲଟି ପଡିବାରୁ ପ୍ରାଣ ହରାଇଥିବା ୬ ଜଣ ଶ୍ରମିକଙ୍କ ମୃତଦେହ ନବରଙ୍ଗପୁର କୋଷାଗୁମୁଡା ବ୍ଲକ ମତିଗାଁରେ ରହିଛି। ଗାଁ ମଶାଣିରେ ସେମାନଙ୍କ ଶେଷକୃତ୍ୟ ହେବ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ମୃତକ ସମ୍ପର୍କୀୟ ଭାଇ ବୋଲି ସୂଚନା ମିଳିଛି। ଏହି ଘଟଣା ଗାଁରେ ଶୋକର ବାତାବରଣ ସୃଷ୍ଟି କରିଛି। ଟିପ୍ପରଟି ଚିତ୍ରକୋଣ୍ଡାରୁ ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବକୁ ଯାଉଥିଲା ବେଳେ ହନ୍ତାଳଗୁଡା ଘାଟିରେ ଓଲଟି ପଡିଥିଲା। ପ୍ରାଣ ହରାଇଥିବା ଶ୍ରମିକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

Comments are closed.