ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ – ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ଆଜି ରାତିସାରା ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଭକ୍ତଙ୍କ ସଂଖ୍ୟା ଦ୍ୱିଗଣିତ ହେବ। ଆସନ୍ତାକାଲି କିପରି ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ ସେନେଇ ପ୍ରସ୍ତୁତି ଚାଲିଥିବା ନେଇ ସେ ସୂଚନା ଦେଇଛନ୍ତି। ଆଜି ରାତିସାରା ଶ୍ରୀମନ୍ଦିର ଖୋଲା ରହିବ। ଭକ୍ତମାନେ ଚାହିଁଲେ ରାତିରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଆବଶ୍ୟକ ପଡିଲେ ଶ୍ରୀଜିଉଙ୍କ ପହଡ଼ ବନ୍ଦ କରାଯିବ ।

Comments are closed.