ଯୁବତୀଙ୍କୁ ମାରି ଖଣ୍ଡ ଖଣ୍ଡ କରି ପୋତିବା ଘଟଣାରେ ଦମ୍ପତ୍ତି ଗିରଫ 

ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ମୁରୁମଡିହି ଜଙ୍ଗଲରେ ଯୁବତୀଙ୍କୁ ହତ୍ୟା କରି ଖଣ୍ତ ଖଣ୍ଡ କରି ପୋତିବା ପ୍ରେମିକ ଚନ୍ଦ୍ର ରାଉତ ଏବଂ ତାଙ୍କ ପତ୍ନୀକୁ ଗିରଫ କରାଯାଇଛି । ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତି ଦେଇଥିଲା ଚନ୍ଦ୍ର । ଏଥିରେ ତା’ର ପତ୍ନୀ ସହଯୋଗ କରିଥିଲା । ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ତଦନ୍ତ ରାଇଘର ପୋଲିସ ଓ ସାଇଣ୍ଟିଫିକ୍ ଟିମ କରୁଛନ୍ତି । ଗିରଫ ଅଭିଯୁକ୍ତ ଦମ୍ପତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଯୁବତୀଙ୍କ ଶବ ସତ୍କାରକୁ ନେଇ ମୁରୁମଡିହି ଗ୍ରାମରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଯୁବତୀଙ୍କ ପରିବାର ଶବକୁ ଅଭିଯୁକ୍ତ ପ୍ରେମିକର ଘର ସାମ୍ନାରେ ସତ୍କାର କରିବାକୁ ଜିଦ୍ ଧରି ବସିଥିଲେ । ପୋଲିସ ବୁଝାସୁଝା ପରେ ଶବକୁ ପ୍ରେମିକର ଘର ସାମ୍ନାରେ ସତ୍କାର ନକରି ଅନ୍ୟ ସ୍ଥାନରେ କରାଯାଇଥିଲା ।

ତେବେ ପ୍ରେମିକାକୁ ସ୍ତ୍ରୀ ସହ ମିଶି ଚନ୍ଦ୍ର କାହିଁକି ମାରିଲା ତାହା ସ୍ପଷ୍ଟ ହୋଇନାହିଁ ।

Comments are closed.