ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେବେ ବିଜେଡି ନେତା ଭି.କେ ପାଣ୍ଡିଆନ

ଭୁବନେଶ୍ୱର – ରାଜନୀତିରେ ପାଦ ଥାପି ବିଜେଡିରେ ସାମିଲ ହେଲା ପରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରଖ୍ୟାତ ଦେବୀ ପୀଠ ମା’ ତାରାତାରିଣୀ ମନ୍ଦିର ଯାଇ ଆଶୀର୍ବାଦ ନେବେ । ଆଜି ଅପରାହ୍ନରେ ସେ ତାରାତାରିଣୀ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବେ । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ତାରାତାରିଣୀ ପୀଠର ସକଳ ଉନ୍ନତି ପାଇଁ ଚେଷ୍ଟା କରିଥିଲେ ଭି.କେ ପାଣ୍ଡିଆନ । ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଉଦ୍ୟମ ରେ ତାରାତାରିଣୀ ମନ୍ଦିରର ରୂପାନ୍ତର ହୋଇପାରିଛି । ଦେଶର ଏକ ପ୍ରମୁଖ ଶକ୍ତିପୀଠ ଭାବେ ତାରାତାରିଣୀ ମନ୍ଦିର ମୁଣ୍ଡ ଟେକିଛି।

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ ୫-ଟି ଅଧ୍ୟକ୍ଷ । ପରେ ସେ ଦଳୀୟ ମୁଖ୍ୟାଳୟ ଶଙ୍ଖ ଭବନ ଯାଇଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।

Comments are closed.