ନବୀନଙ୍କ ପ୍ରତି ପାଣ୍ଡିଆନଙ୍କ ସମ୍ପୂର୍ଣ୍ଣ ଅନୁରକ୍ତି ଓ ନିଷ୍ଠା ରହିଛି: ପ୍ରଣବ

ଭୁବନେଶ୍ୱର – ବିଜେଡିରେ ଭି.କେ ପାଣ୍ଡିଆନଙ୍କ ଯୋଗଦାନକୁ ସ୍ୱାଗତ କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ଯେ, ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଜଣେ ପଟ୍ଟଶିଷ୍ୟ । ୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ ଯୋଗ ଦେଇଥିଲେ ମଧ୍ୟ ତା’ ପୂର୍ବରୁ ସେ ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପାଣ୍ଡିଆନଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ରହିଆସିଛି। ରାଜ୍ୟର ଲୋକଙ୍କ ବିକାଶ ପାଇଁ ସେ ଅନବରତ ଅକ୍ଲାନ୍ତ ପରିଶ୍ରମ କରି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିବାକୁ ଦେଇ ନାହାନ୍ତି ବୋଲି ଭି.କେ ପାଣ୍ଡିଆନଙ୍କୁ ସ୍ୱାଗତ କରି କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ।

Comments are closed.