ମା’ ତାରାତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ଲୋଡିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ 

ଭୁବେନେଶ୍ୱର – ବିଧିବଦ୍ଧ ଭାବେ ରାଜନୀତିରେ ଯୋଗ ଦେଇ ବିଜେଡିରେ ସାମିଲ ହୋଇଥିବା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। ଅପରାହ୍ନରେ ସେ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲୋଡ଼ିଥିଲେ ।

ଗଞ୍ଜାମର ଜିଲ୍ଲାପାଳ ଥିବାବେଳେ ମା’ ତାରାତାରିଣୀଙ୍କ ପୀଠ କାର୍ତ୍ତିକ ପାଣ୍ଡିଆନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଆସିଛି। ଏହି ପ୍ରସିଦ୍ଧ ଶକ୍ତିପୀଠର ବିକାଶ ପାଇଁ ପ୍ରୟାସ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ମନ୍ଦିରର ରୂପାନ୍ତରଣ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ଭୂମିକା ଥିଲା ଉଲ୍ଲେଖନୀୟ।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ତ୍ତିକ ପାଣ୍ଡିଆନଙ୍କୁ ଦଳକୁ ସ୍ୱାଗତ କରିଥିଲେ । ବିଜେଡିରେ ସାମିଲ ହେବା ପରେ ନବୀନଙ୍କ ଆଶୀର୍ବାଦ ନେଇଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ। ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ ।ଏହାପରେ ସେ ଦଳୀୟ ମୁଖ୍ୟାଳୟ ଶଙ୍ଖ ଭବନକୁ ଯାଇ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Comments are closed.