ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ – ଆଜିଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ଭାରତୀୟ ପ୍ରତ୍ନତାତ୍ବିକ ସଂସ୍ଥା- ଏଏସଆଇକୁ ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ଅନୁମତି ଦେଇସାରିଛି । ଆବଶ୍ୟକ ହେଲେ ଭିତର ରତ୍ନ ଭଣ୍ଡାରର ମଧ୍ୟ ଲେଜର ସ୍କାନିଂ କରାଯିବ । ଶ୍ରୀମନ୍ଦିର ପରିସରରେ ଥିବା ଛୋଟବଡ ମନ୍ଦିରଗୁଡିକର ମଧ୍ୟ ଲେଜର ସ୍କାନିଂ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ନିୟମିତ ବ୍ୟବଧାନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତିକୁ ନେଇ ପ୍ରଶ୍ନ ଉଠୁଛି । ଏଣୁ ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡିଥିଲା ଏଏସଆଇ । ଗତ ୪ ତାରିଖରେ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଲେଜର ସ୍କାନିଂ ପ୍ରସଙ୍ଗରେ ଆଲୋଚନା ପରେ ଏଥିପାଇଁ ଏଏସଆଇକୁ ଅନୁମତି ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ।

Comments are closed.