ଥାନାବାବୁଙ୍କ ପାଖରେ କୁଆଡୁ ଆସିଲା ଏତେ ଟଙ୍କା?

କଟକ – ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କଠାରୁ ଲକ୍ଷ ଲକ୍ଷ ନଗଦ ଟଙ୍କା ମିଳିବାରେ ଲାଗିଛି । ପୁଳା ପୁଳା ଟଙ୍କାର ଉତ୍ସ ବିଷୟରେ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି ଥାନା ବାବୁ । ଗତକାଲି ଆଇଆଇସି ଏକ ଘରୋଇ ବସରେ କଟକ ଯାଉଥିବା ବେଳେ ତାଙ୍କୁ ଅଟକାଇ ଥିଲା ଭିଜିଲାନ୍ସର ଏକ ଟିମ୍। ତାଙ୍କଠାରୁ ୨ ଲକ୍ଷ ୭୦ ହଜାର ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ଟଙ୍କା କେଉଁଠାରୁ ଆଣିଲେ ବୋଲି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଆଇଆଇସି ।ପରେ ବୈପାରିଗୁଡା ଥାନାରେ ତାଙ୍କ ଅଫିସ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଖାନତଲାସୀ ବେଳେ ମିଳିଥିଲା । ତାଙ୍କଠାରୁ ମୋଟ ସାଢେ ୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଆଜି କଟକ ବକ୍ସିବଜାର ସ୍ଥିତ କ୍ବାର୍ଟରରୁ ୨୫ ଲକ୍ଷ ନଗଦ ଟଙ୍କା ମିଳିଥିବା ସୂଚନା ମିଳିଛି। ଆଇଆଇସିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

Comments are closed.