ଶ୍ରୀକ୍ଷେତ୍ର ସମରକଳାର ଏକ ଅଂଶ ‘ବନାଟି’ ଖେଳ

ଇତିହାସ ଅଧ୍ୟୟନ ରୁ ଜଣାଯାଏ ଅତୀତ ରେ ଉତ୍କଳ ର ସେନା ସବୁବେଳେ ଯୁଦ୍ଧ ପାଇଁ ନିଜକୁ ପସ୍ତୁତ ରଖୁଥିଲେ । ନିଜ ରାଜ୍ୟର ସୁରକ୍ଷା ହେଉ କି ରାଜ୍ୟ ଜୟ ହେଉ ସବୁବେଳେ ଯୁଦ୍ଧ କରିବାକୁ ପଡିଛି । ନିଜର ସମର ଦକ୍ଷତାକୁ ଉତ୍କଳୀୟ ସେନାଙ୍କୁ ପରିପ୍ରକାଶ କରିବାକୁ ପଡିଛି ।

ସେଥିପାଇଁ ନିଜର ଶରୀରକୁ ପ୍ରସ୍ତୁତ ରଖିବାକୁ ଆମ ଯୋଦ୍ଧା ମାନଙ୍କୁ ସମର ଅଭ୍ୟାସ କରିବାକୁ ପଡିଥାଏ । ଏହି ସାଧନା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଆଖଡ଼ା ଘର ମାନ ଗଢି ଉଠିଥିଲା ।

ଆଜି ମଧ୍ୟ ଆମ ଆଖଡ଼ାଘର ମାନଙ୍କରେ ପୂର୍ବଜ ମାନେ ଯୁଦ୍ଧପାଇଁ ନିଜକୁ ସୁସ୍ଥ ଏବଂ ବଳଶାଳୀ ରଖିବା ପାଇଁ ବିଭିନ୍ନ ସମର ସାଧନା ସରଞ୍ଜାମ ଯଥା :- ନିଝାମ, ମୁଦୁଗର ଏବଂ ବୀରଶିଳା । ନାମ ରେ ବଡ଼ବଡ଼ ପଥର ମାନ ରଖିଥିଲେ ଯାହା ଆଜିବି ସରଂକ୍ଷିତ ରହିଛି ।

ପୁରାତନ ଯୁଦ୍ଧ କୌଶଳରେ ବ୍ୟବହୃତ ଧନୁ ବାଣ, ବର୍ଚ୍ଛା ଚାଳନା, ଖଡ୍ଗ ଚାଳନା, ମଲ୍ଲ ଯୁଦ୍ଧ, ବନାଟି ଚାଳନା, ଅଶ୍ୱ ଚାଳନା, ବାଡ଼ି ଚାଳନା ଇତ୍ୟାଦି ଏହି ଯାଗାଘର ବା ଅଖାଡା ରେ ଦିଆଯାଉଥିଲା ।

ଏହା ମଧ୍ୟରୁ ଅଧିକାଂଶ ନୂତନ ରୂପେ wrestling, sword fighting, Archery , javelin, horse ride ପରି କ୍ରୀଡା ଅଲମ୍ପିକ ପର୍ଯ୍ୟନ୍ତ ଯୋଡ଼ି ହୋଇ ଯାଇଥିଲେ ମଧ୍ୟ ଅନ୍ୟ କେତେକ କେବଳ ଇତିହାସ ପୃଷ୍ଠା ରେ ରହି ଯାଇଛି ।

ବିଲୁପ୍ତ ସମରକଳା ମଧ୍ୟରୁ ବନାଟି ହେଉଛି ଅନ୍ୟତମ । ଏହା ଆଖଡ଼ା ମାନଙ୍କରେ ପହିଲମାନଙ୍କ ଦ୍ୱାରା ଅଭ୍ୟାସ କରା ଯାଇଥାଏ ।

ଏହାର ପରିଚୟ ଓ ଆକୃତି ବର୍ଣ୍ଣନା କରିବାକୁ ଗଲେ ଏହା ଏକ ଦୁଇ ହାତ ଦଉଡିରେ ବନ୍ଧା ଯାଇଥିବା ଦୁଇଟି ଗୋଳା ମଝିରୁ ଏହାକୁ ଧରି ବୁଲାଯାଏ ।

ପାଇକ ଖେଦାରେ ଏହାକୁ ୩ ଭାବରେ ବିଭକ୍ତ କରା ଯାଇଛି । ପିଣ୍ଡୁଳାବନାଟି :- ପ୍ରାୟ ଛଅ ସେର ଓଜନ ର ଗୋଳା ଲାଗିଥାଏ । ଛୁରୀବନାଟି ( କାତିମାଳ ):- ନଅ ଗୋଟା ଛୁରୀ ଏବଂ ଗୋଳା ଲାଗି ରହିଥାଏ । ହୁଳା_ବନାଟି :- ୬ ସେର ଓଜନ ର କନା ଗୋଳାରେ କରଞ୍ଜ ତେଲରେ ବୁଡାଇ ଅଗ୍ନି ସଂଯୋଗ ହୋଇ ବୁଲାଯାଏ ।

ଏହି ବନାଟି ଏକ ଐତିହାସିକ ସମର କଳା ଏଟେ ।

ସ୍ବର୍ଗତ ରାମ ଚନ୍ଦ୍ର ସୁଆର ତାଙ୍କ ରଚିତ ବନାଟି ଅଙ୍କୁର ପୁସ୍ତକରେ ବନାଟି ଚାଳନା ର ବିଭିନ୍ନ କୌଶଳ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ।

ବନାଟି ଏପରି ଏକ ସମର କଳା ଯାହା ଏକମାତ୍ର ସମରକଳା ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ହିଁ ପ୍ରଦର୍ଶନ ହୋଇଥାଏ । ଏହା ପୋଲାଙ୍ଗ ତେଲ,ଝୁଣା, ଚୁଆ ଆଦି ରେ ପ୍ରସ୍ତୁତ ହୋଇଥାଏ । ପୁରୀ ସାହିଯାତ ସମୟରେ ନାଗାନାଚ ବିଭିନ୍ନ ମେଢ଼ ସହିତ ବନାଟି ର ମଧ୍ୟ ପରିଚାଳନା ହେଉଥିଲା । ଚନ୍ଦନ ଯାତ୍ରା ଏବଂ ମେଳା ମହୋତ୍ସବରେ ଏହା ପ୍ରଦର୍ଶନ ହେଉଥିବା ବେଳେ ପୁରୀ ଜିଲ୍ଲାରେ କେତେକ ଗାଁ ରେ ମେଳଣ ଜମାଣ ସମୟରେ ଏହାର ପ୍ରଦର୍ଶନ ହେଉଛି । ଏହା ବିପଦପୂର୍ଣ୍ଣ ସମରକଳା ହେଇଥିବାରୁ ଏହାର ଚାଳନା ଉପରେ ବିଶେଷ ଭାବରେ ଧ୍ୟାନ ଦେବାକୁ ପଡିଥାଏ । ଏହା ବର୍ତ୍ତମାନ ବିଲୁପ୍ତ ପଥରେ। ବିଭିନ୍ନ ସମର କଳା ସୁରକ୍ଷା ପ୍ରତିଷ୍ଠାନ ଏଥିପ୍ରତି ଧ୍ୟାନ ନଦେଲେ ଏହା କେବଳ ଇତିହାସ ପୃଷ୍ଠାରେ ହିଁ ଲିପିବଦ୍ଧ ହୋଇ ରହିଯିବି ଏଥିରେ ସନ୍ଦେହ ନାହିଁ ।

Comments are closed.