ଜି. ଉଦୟଗିରି ଏନଏସି ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ବାଜିମାତ୍ : ବିପୁଳ ଭୋଟରେ ବିଜୟୀ ହେଲେ ଦେବସ୍ମିତା ଶତପଥୀ 

ଫୁଲବାଣୀ – ବୁଧବାର ଦିନ ହୋଇଥିବା ଜି.ଉଦୟଗିରି ଏନଏସି ଅଧ୍ୟକ୍ଷ ଉପନିର୍ବାଚନରେ ଆଜି ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହୋଇଛି । ବିଜେଡି ପ୍ରାର୍ଥୀ ଦେବସ୍ମିତା ଶତପଥୀ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ସାହୁ ଘୋଷଣା କରିଛନ୍ତି । ଦେବସ୍ମିତା ଶତପଥୀ ୩ ହଜାର ୧୧୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ରଞ୍ଜିତା ନାୟକ ମାତ୍ର ୭୫୬ଟି ଭୋଟ ପାଇଛନ୍ତି । କଂଗ୍ରେସର ମଧୁଲିନା ଦିଗାଲ ୬୧୪ ଟି ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ନୋଟାରେ ୩୮ ଟି ଭୋଟ ପଡିଛି । ସମୁଦାୟ ୮୧୫୫ ଭୋଟରଙ୍କ ମଧ୍ୟରୁ ମାତ୍ର ୪୫୧୯ ଜଣ ମତଦାନ କରିଥିଲେ । ଦେବସ୍ମିତା ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କନ୍ଧମାଳ ସାଂସଦ ଅଚୁତ୍ୟ ସାମନ୍ତ, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ଏନଏସିର ବିଜେଡି କର୍ମକର୍ତ୍ତା ଓ ଜି. ଉଦୟଗିରି ଏନଏସି ସମସ୍ତ ବାସିନ୍ଦା ଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ସ୍ବର୍ଗତ ମା’ ପୂର୍ବତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଆଶୀର୍ବାଦ ଯୋଗୁ ତାଙ୍କୁ ଏଇ ଶ୍ରେୟ ମିଳିଛି । ତେଣୁ ତାଙ୍କର ଅଧୁରା ସ୍ୱପ୍ନକୁ ସାକାର କରି ସମସ୍ତଙ୍କ ସହଯୋଗରେ ଏନଏସି ବାସିନ୍ଦାଙ୍କ ସର୍ବାଙ୍ଗ ଉନ୍ନତି କରିବାକୁ ଚେଷ୍ଟା କରିବି ବୋଲି କହିଥିଲେ । ସୂଚନା ପ୍ରକାରେ, ଗତ ଜୁଲାଇ ମାସରେ ପୂର୍ବତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଦେହାନ୍ତ ପରେ ଏହି ଆସନ ଟି ଖାଲି ପଡିଥିଲା । ତାଙ୍କ ଝିଅ ଦେବସ୍ମିତାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି ।

Comments are closed.