ବିଜେଡିର ଲୋକପ୍ରିୟତା ବଜାୟ: ଏନଏସି ଓ ମ୍ୟୁନିସିପାଲିଟି ଉପନିର୍ବାଚନରେ ଜିତିଲା ଶାସକ ଦଳ

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ଏନ ଏସି ଓ ପୌରପାଳିକାରେ ହୋଇଥିବା ୱାର୍ଡ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଚିକିଟି ଏନଏସିର ୩ ନମ୍ବର ୱାର୍ଡରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡିର ହରପ୍ରସାଦ ଚୌଧୁରୀ ବିଜେପି ପ୍ରାର୍ଥୀଙ୍କୁ ୪୬୯ ଭୋଟରେ ହରାଇଛନ୍ତି। ବିଜେଡି ୪୮୪ଟି ଭୋଟ୍ ପାଇଥିବା ବେଳେ ବିଜେପିକୁ ମାତ୍ର ୧୫ଟି ଭୋଟ୍ ମିଳିଛି।

ଜଗତସିଂହପୁର ପୌରପାଳିକାର ୬ ନମ୍ବର ୱାର୍ଡରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୋଜାଲିନ ଦାସ ମାତ୍ର ଗୋଟିଏ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ବିଜେଡି ୪୦୭ ଭୋଟ୍ ପାଇଥିବା ବେଳେ କଂଗ୍ରେସକୁ ୪୦୬ ଭୋଟ୍ ମିଳିଛି ।

ଯୋଡ଼ା ପୌରପାଳିକାର ୮ ନମ୍ବର ୱାର୍ଡରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଶୁଭମ ନାୟକ ବଡ଼ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି। ବିଜେଡି ପ୍ରାର୍ଥୀଙ୍କୁ ୮୦୬ଟି ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୨୨୯ଟି ଭୋଟ୍ ।

Comments are closed.