ଉତ୍ତରାଖଣ୍ଡ ଟନେଲରୁ ସୁରକ୍ଷିତ ଉଦ୍ଧାର ୫ ଓଡ଼ିଆ ଶ୍ରମିକଙ୍କ ସହ କଥା ହେଲେ ୫-ଟି ଅଧ୍ୟକ୍ଷ 

ଭୁବନେଶ୍ୱର – ଉତ୍ତରାଖଣ୍ଡ ଟନେଲରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ଓଡ଼ିଶାର ୫ ଜଣ ଶ୍ରମିକଙ୍କ ସହ କଥା ହୋଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭିଡିଓ କଲ୍ ଯୋଗେ ଶ୍ରମିକଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ଭଲମନ୍ଦ କଥା ପଚାରିଥିଲେ । ଓଡ଼ିଆ ଶ୍ରମିକମାନେ ଏବେ ରିଷିକେଶ ସ୍ଥିତ ଏମ୍ସରେ ଅଛନ୍ତି । ସେଠାରେ ଟନେଲରୁ ଉଦ୍ଧାର ହୋଇଥିବା ସମସ୍ତ ୪୧ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସନ୍ନ ନାୟକଙ୍କୁ ରାଜ୍ୟ ସରକାର ଉତ୍ତରାଖଣ୍ଡ ପଠାଇଛନ୍ତି । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଶ୍ରମ ମନ୍ତ୍ରୀ ସିଲକ୍ୟାରା ଟନେଲ ନିକଟରେ ଥିଲେ । ଓଡ଼ିଆ ଶ୍ରମିକମାନେ କିପରି ନିରାପଦରେ ପ୍ରତ୍ୟାବର୍ତ୍ତନ କରିବେ, ତାହାର ତଦାରଖ କରୁଛନ୍ତି ଶ୍ରମ ମନ୍ତ୍ରୀ। ୫-ଟି ଅଧ୍ୟକ୍ଷଙ୍କ ସହ ଶ୍ରମିକମାନଙ୍କ କଥାବାର୍ତ୍ତା ବେଳେ ଶ୍ରମ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ପ୍ରକାର ସହଯୋଗ ପାଇଁ ଓଡ଼ିଆ ଶ୍ରମିକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.