ପୁଷ୍ଟିହୀନତା ରୋକିବାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା: ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ 

ନୂଆଦିଲ୍ଲୀ – ନୂଆଦିଲ୍ଲୀରେ କ୍ୟାରିଟାସ ଇଣ୍ଡିଆ ପକ୍ଷରୁ ଆୟୋଜିତ ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ଯକ୍ଷ ଅବନୀକାନ୍ତ ସାହୁ ମୁଖ୍ୟ ଅତିଥ ରୂପେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ପୁଷ୍ଟି ସାଧନ କ୍ଷେତ୍ରରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ଦ୍ବାରା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସେ କହିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ରାଜ୍ୟ ପାଇଁ ଧାର୍ଯ୍ୟ ଥିବା ଲକ୍ଷ୍ୟ ୩.୨୭ କୋଟି ତୁଳନାରେ ୩.୨୩ କୋଟି ଲୋକଙ୍କୁ ସାମିଲ କରିବାରେ ଓଡ଼ିଶା ସରକାର ସଫଳ ହୋଇଛନ୍ତି । ଗର୍ଭବତୀ ମହିଳା ଓ ପ୍ରସୂତି ମା’ ମାନଙ୍କ ଉପଯୁକ୍ତ ପୁଷ୍ଟି ସାଧନା କ୍ଷେତ୍ରରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଯାହାର ସଫଳ ରୂପାୟନ ଯୋଗୁଁ ରାଜ୍ୟରେ ଶିଶୁ ଓ ପ୍ରସୂତି ମହିଳା ମୃତ୍ୟୁହାର କମିବାରେ ଲାଗିଛି ଶିଶୁମାନଙ୍କୁ ମା’ କ୍ଷୀର ପାନ ଦିଗରେ ସଚେତନତା ସୃଷ୍ଟି କରାଯାଉଛି | ଏହାଦ୍ବାରା ରାଜ୍ୟରେ ଶିଶୁଙ୍କ ପୁଷ୍ଟିହୀନତା ଓ ଗେଡ଼ାପଣ ରୋକିବାରେ ରାଜ୍ୟ ସରକାର ସଫଳତା ହାସଲ କରିଛନ୍ତି ।

ଜାତୀୟ ସମ୍ମିଳନୀକୁ ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ଯକ୍ଷ ଉଦଘାଟନ କରିଥିବା ବେଳେ ଅତିଥ ମାନଙ୍କ ଗହଣରେ ସମ୍ମିଳନୀର ପୁସ୍ତିକା ମଧ୍ଯ ଉନ୍ଜୋଚିତ କରିଥଲେ । ଏହି ଅବସରରେ ରାଜ୍ୟ ଖାଦ୍ୟ କମିଶନଙ୍କ ସଦସ୍ୟ ଶିବାନୀ ମହାନ୍ତି ରାଜ୍ୟ ସରକାରଙ୍କ ଖାଦ୍ୟନିରାପତ୍ତା ଓ ପୁଷ୍ଟିସାଧନ କ୍ଷେତ୍ରରେ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥୁଲେ । କରୋନା ଭଳି ମହାମାରୀ ସମୟରେ ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ସାଧନ ଦିଗରେ ବିଶ୍ବବ୍ୟାପୀ ସମସ୍ୟା ଥବା ବେଳେ ରାଜ୍ୟ ସରକାର ସ୍ବାସ୍ଥ୍ୟ ଓ ଖାଦ୍ୟ ଯୋଗାଣ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥୁବା କଥା ସେ ଉତ୍ଲେଖ କରିଥୁଲେ । ଉଦଘାଟନୀ ଉତ୍ସବରେ କ୍ୟାରିଟାସ ଇଣ୍ଡିଆର ସହ ନିର୍ଦ୍ଦେଶକ ଜଲି ପୁଥେନପୁରା ସ୍ବାଗତ ଭାଷଣ ଦେଇଥିବାବେଳେ କ୍ୟାରିଟାସ ଇଣ୍ଡିଆ ପ୍ରାଶାସନିକ ପରିଚାଳକ ସୁଶୀଲ ମୋଦୀ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.