ପୋଖରୀରେ ବୁଡି ଭାଇଭଉଣୀ ମୃତ

ବାରିପଦା – ବାରିପଦା ଜ୍ୟୋତିପୁର ଗ୍ରାମ ମାଝିସାହିରେ ଅଘଟଣ । ପୋଖରୀରେ ବୁଡି ଚାଲିଗଲେ ଭାଇ ଭଉଣୀ । ପୋଖରୀରେ ବୁଡି ଚାଲିଗଲେ ଭାଇ ଭଉଣୀ । ଗତକାଲି ଭାଇ ଭଉଣୀ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ପୋଖରୀ ହୁଡ଼ାରେ ଉଭୟଙ୍କ ପୋଷାକ ପଡ଼ିଥିବାରୁ ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା। ଏନେଇ ଅଗ୍ନିଶମ ବାହିନୀକୁ ସେମାନେ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଭାଇ ଭଉଣୀଙ୍କୁପାଇ ନଥିଲେ। ସନ୍ଧ୍ୟା ହୋଇ ଯାଇଥିବାରୁ ଅଗ୍ନିଶମ ବାହିନୀ ଖୋଜାଖୋଜି ବନ୍ଦ ରଖିଥିଲେ । ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରି ଭାଇ ଭଉଣୀଙ୍କ ମୃତଦେହ ପୋଖରୀ ଭିତରୁ ଉଦ୍ଧାର କରିଥିଲେ।

ମୃତ ଭାଇଭଉଣୀ ହେଲେ ଦ୍ୱୟ ୬ ବର୍ଷର ଝିଅ ମାଲ ମାଝୀ ଓ ୨ବର୍ଷର ପୁଅ କାର୍ତ୍ତିକ । କିଛି ବର୍ଷ ତଳେ ଭାଇ ଭଉଣୀଙ୍କ ବାପା ଲବ ମାଝୀଙ୍କର ମୃତ୍ୟୁ ଘଟିଥିଲା। ଏବେ ଦୁଇ ଝିଅ ପୁଅଙ୍କ ମୃତ୍ୟୁ ଲବଙ୍କ ସ୍ତ୍ରୀଙ୍କ କୋଳ ଖାଲି । ଦୁଃଖର ପାହାଡ଼ ଯେମିତି ତାଙ୍କ ଉପରେ ଖସିପଡିଛି । ସଦର ଥାନା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Comments are closed.