ସମ୍ଭାବ୍ୟ ବାତ୍ୟା ପାଇଁ ପୂର୍ବତଟ ରେଳବାଇ ବାତିଲ କଲା ୫୪ ଟ୍ରେନ, ଭୁବନେଶ୍ୱରରୁ ୧୨

ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟା ମିଚାଉଁ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୫୪ଟି ଟ୍ରେନ ବାତିଲ କରିଦିଆଯାଇଛି। ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ୍ ବାତିଲ କରିଦିଆଯାଇଥିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ
ସୂଚନା ଦିଆଯାଇଛି। ଭୁବନେଶ୍ୱର, ପୁରୀ, ବିଶାଖାପାଟଣାକୁ ସଂଯୋଗ କରୁଥିବା ୧୨ ଟ୍ରେନ୍‌ ବାତିଲ କରିଦିଆଯାଇଛି। ଆସନ୍ତାକାଲି, ୪ ଓ ୫ ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନ୍‌ ବାତିଲ ଘୋଷଣା କରାଯାଇଛି।

Comments are closed.