ଜୁନିଅର ପୁରୁଷ ହକି ବିଶ୍ୱକପ୍: ଦକ୍ଷିଣ କୋରିଆକୁ ହରାଇ ଭାରତର ଅଭିଯାନ ଆରମ୍ଭ 

କ୍ୱାଲାଲୁମ୍ପୁର – ଜୁନିଅର ପୁରୁଷ ବିଶ୍ୱକପ୍ ହକିରେ ଦୁଇଥରର ଚାମ୍ପିୟନ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଆଜି ଆରମ୍ଭ ହୋଇଥିବା ପ୍ରତିଯୋଗିତାରେ ଭାରତ ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆକୁ ୪-୨ ଗୋଲରେ ହରାଇଛି । ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୦ରେ ଆଗୁଆ ଥିଲା । ଦ୍ୱିତୀୟାର୍ଦ୍ଧରେ ଭାରତ ଆଉ ଗୋଟିଏ ଗୋଲ୍ ସ୍କୋର କରିଥିଲା । ତେବେ କୋରିଆ ଦଳ ଦୁଇଟି ଗୋଲ୍ ପରିଶୋଧ କରିଥିଲେ ମଧ୍ୟ ଭାରତ ଆଉ କୋୖଣସି ସୁଯୋଗ ନ ଦେଇ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଅରାଇଜିତ୍ ସିଂହ ହଣ୍ଡଲ୍ ସର୍ବାଧିକ ତିନିଟି ଗୋଲ୍ ଦେଇଥିବା ବେଳେ ଅମନଦୀପ ଗୋଟିଏ ଗୋଲ୍ ଦେଇଥିଲେ।

ଏହି ବିଶ୍ୱକପରେ ଭାରତ ପୁଲ୍ ସି ରେ ସ୍ଥାନ ପାଇଛି । ଏହି ପୁଲର ଅନ୍ୟ ଦଳ ହେଲେ ଦକ୍ଷିଣ କୋରିଆ, ସ୍ପେନ ଓ କାନାଡ଼ା । ଭାରତ ୨୦୦୧ ଓ ୨୦୧୬ ସଂସ୍କରଣରେ ଚାମ୍ପିୟନ ହୋଇଥିବା ବେଳେ ୨୦୨୧ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲା ।

Comments are closed.