ରାଜ୍ୟରେ ବାତ୍ୟା ଭୟ ନାହିଁ, କାଲି ସୁଦ୍ଧା ବଦଳି ଯିବ ପାଗ : ଏସଆରସି

ଭୁବନେଶ୍ୱର- ବର୍ତ୍ତମାନ ପାଇଁ ରାଜ୍ୟକୁ ବାତ୍ୟାର ଭୟ ନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି।

ବାତ୍ୟା ମିଗଜୋମ ଆନ୍ଧ୍ର ପ୍ରଦେଶରେ ଲ୍ୟାଣ୍ଡଫଲ୍ କରିସାରିଛି । ଏହା କ୍ରମଶଃ ଦୁର୍ବଳ ହେବ । ବାତ୍ୟା ପ୍ରଭାବରେ କୋରାପୁଟ ଜିଲ୍ଲାରେ କାଲିଠାରୁ ବର୍ଷା ଜାରି ରହିଛି ।

ନାରାୟଣପାଟଣା ଓ ପଟାଙ୍ଗୀ ଅଞ୍ଚଳରେ ସର୍ବାଧିକ ୨୫ ମିମି ବର୍ଷା ରେକର୍ଡ ହୋଇଛି । ଆସନ୍ତାକାଲି ସୁଦ୍ଧା ପାଗରେ ପରିବର୍ତ୍ତନ ଆସିବ ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନର କହିଛନ୍ତି। ବର୍ଷା ଜନିତ କ୍ଷୟକ୍ଷତି ରିପୋର୍ଟ ଖୁବଶୀଘ୍ର ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ରିପୋର୍ଟ ମିଳିବା ପରେ ଅନୁଧ୍ୟାନ କରି କ୍ଷତିପୂରଣ ଦିଆଯିବ ବୋଲି ଏସଆରସି କହିଛନ୍ତି।

Comments are closed.