ବଲାଙ୍ଗିରରେ ବିଶ୍ଵ ମୃତ୍ତିକା ଦିବସ

ବଲାଙ୍ଗିର: ଜିଲ୍ଲା କୃଷି କାର୍ଯ୍ୟାଳୟରେ ବିଶ୍ଵ ମୃତ୍ତିକା ଦିବସ ଅନୁଷ୍ଠିତ ହୋଇଛି । ଜିଲ୍ଲା କୃଷିବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବର୍ତ୍ତମାନ ମୃତ୍ତିକା ପରୀକ୍ଷା ବିନା ମୂଲ୍ୟରେ ହେଉଛି । ଉପସ୍ଥିତ ଚାଷୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ମୃତ୍ତିକା ପରୀକ୍ଷା ବିନା ମୂଲ୍ୟରେ କରାଇ ବୈଜ୍ଞାନିକ ଉପାୟରେ ଚାଷ କରିବାକୁ କହିଥିଲେ । ମାଟିର ସ୍ୱାସ୍ଥ୍ୟ ରକ୍ଷା ଏବଂ ନିରନ୍ତର ଫସଲ ନିମନ୍ତେ ମାଟି ପରୀକ୍ଷା ଫଳ ଅନୁଯାୟୀ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରିବାକୁ କହିଥିଲେ । ଅମ୍ଳ ବା କ୍ଷାରୀ ମାଟି ପାଇଁ ଜିପସମ ବ୍ୟବହାର ତଥା ସଠିକ ମାତ୍ରରେ ଜୈବ ସାର ଓ ରାସାୟନିକ ସାର ବହୁଳ ବ୍ୟବହାର ପାଇଁ ସେ ସୂଚନା ଦେଇଥିଲେ । କେବିକେ ମୁଖ୍ୟ ବୈଜ୍ଞାନିକ ସତ୍ୟମୟ ଶତପଥୀ ସଂପୂର୍ଣ୍ଣ ଭାବେ ରାସାୟନିକ ସାର ପ୍ରୟୋଗ ଉପରେ ନିର୍ଭର ନକରି ସେହି ଉପାଦାନ ମିଳୁଥିବା ଜୈବିକ ସାର ଉପରେ ନିର୍ଭର ହେବାକୁ ପରାମର୍ଶ ଦେଇଥିଲେ । ଜୈବିକ ସାର ବ୍ୟବହାର ପରେ ଅବଶିଷ୍ଟ ପରିମାଣ ପାଇଁ ରାସାୟନିକ ସାର ଉପରେ ନିର୍ଭର କଲେ ମାଟିର ଗୁଣ ବିଶେଷ ଖରାପ ହୁଏ ନାହି । ସଭା ଶେଷରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ସଭାରେ ପାଟଣାଗଡ କୃଷି ଅଧିକାରୀ ବାବୁଲି ଚରଣ ଶେଠୀ, ରାଇଟ କଲେଜ ର ଅଧ୍ୟକ୍ଷ ଲଟ ବିହାରୀ ମଲ୍ଲିକ, ଅତିରିକ୍ତ ପିଡ଼ି (ୱାଟରସେଡ଼) ସନ୍ତୋଷ ରଥ ପ୍ରମୁଖ ଉପାସ୍ଥିତ ଥିଲେ ।

Comments are closed.