ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୮ ଆହତ

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଆର୍ଗଦା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘର୍ଷ ଘଟିଛି। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ଗତକାଲି ସନ୍ଧ୍ୟାରେ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଉଗ୍ର ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଠେଙ୍ଗା ଓ ପଥର ମାଡ଼ କରାଯାଇଥିଲା। ଏଥିରେ ଉଭୟ ପକ୍ଷର ୮ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୨ଜଣ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ପକ୍ଷରୁ ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.