ଆଜିଠୁ ୬ ମାସ ଯାଏଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏସମା ଲାଗୁ କଲେ ରାଜ୍ୟ ସରକାର 

ଭୁବନେଶ୍ବର – ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆସନ୍ତା ୬ ମାସ ପାଇଁ ରାଜ୍ୟ ସରକାର ଏସେନସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ ବା ଏସମା ଲାଗୁ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏସ୍‌ମା ଲାଗୁ ପରେ ସରକାରୀ ସ୍ଵାସ୍ଥ୍ୟସେବାରେ ନିୟୋଜିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ । ନର୍ସ, ପାରାମେଡିକାଲ କର୍ମଚାରୀ ଓ ଟେକ୍ନିସିଆନଙ୍କ ପାଇଁ ଏସମା କଡାକଡି ପାଳନ କରାଯିବ। ରାଜ୍ୟ ସରକାରଙ୍କ ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ମଧ୍ୟ ଏସ୍‌ମା ଲାଗୁ ହୋଇଛି। ଆଜିଠାରୁ ଆସନ୍ତା ୬ ମାସ ପାଇଁ ଏସମା ଲାଗୁ ହୋଇଛି । ସରକାରୀ ଅନୁଦାନପ୍ରାପ୍ତ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ମଧ୍ୟ ଏସମା ଲାଗୁ ହୋଇଛି।

Comments are closed.