ସିଙ୍ଗଲ ୱିଣ୍ଡୋ କ୍ଲିୟରାନସ ଅଥରିଟି ବୈଠକରେ ୧୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ 

ଭୁବନେଶ୍ୱର – ଆଜି ବସିଥିବା ରାଜ୍ୟସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪ ହଜାର ୮୦୪ କୋଟି ମୂଲ୍ୟର ୧୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରକଳ୍ପଗୁଡିକ ଦ୍ୱାରା ୧୭ ହଜାର ୫୫୩ଟି ନିଯୁକ୍ତି ସୃଷ୍ଟି ହେବ ।ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପ୍ରମୁଖ କ୍ଷେତ୍ର ଭାବେ ପୋଷାକ ଏବଂ ଟେକ୍ସଟାଇଲ୍, ଷ୍ଟିଲ୍ ଡାଉନଷ୍ଟ୍ରିମ, ପେଣ୍ଟ (କେମିକାଲ୍), ପ୍ଲାଷ୍ଟିକ୍, ପ୍ୟାକେଜିଂ / ମେଟାଲ୍ ଡାଉନଷ୍ଟ୍ରିମ, କେମିକାଲ୍ସ, ଖାଦ୍ୟ, ପାନୀୟ ଏବଂ ସହଯୋଗୀ ସେକ୍ଟର, ଇସ୍ପାତ (ଫେରଲୋଇସ୍), ଆଇଟି ଭିତ୍ତିଭୂମି, ଆଗ୍ରୋ ପ୍ରକ୍ରିୟାକରଣ, ନବୀକରଣ ଯୋଗ୍ୟ ଶକ୍ତି/ ସର୍କୁଲାର ଅର୍ଥନୀତି ଏବଂ ଭିତ୍ତିଭୂମି ରହିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।

ରାଜ୍ୟର ୧୦ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟ କରିବ। କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ସମ୍ବଲପୁର, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା ଓ କଟକ ଜିଲ୍ଲାରେ ଏସବୁ ପ୍ରକଳ୍ପ କାର୍ଯ୍ୟ କରିବ ।

Comments are closed.