ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସଂପୂର୍ଣ୍ଣ ନିଷେଧ, କଡାକଡି ହେବ ଶାଳୀନତାପୂର୍ଣ୍ଣ ପୋଷାକ ନିୟମ

ପୁରୀ – ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ସମ୍ପୂର୍ଣ୍ଣ ନିଷେଧ କରାଯିବ । ଏଥିସହ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଭାବେ ପାଳନ କରାଯିବ । ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ ବ୍ୟବସ୍ଥା କରାଯିବ । ନୂଆବର୍ଷ ପୂର୍ବଦିନ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ରାତିରେ ଆବଶ୍ୟକ ହେଲେ ଶ୍ରୀଜିଉମାନଙ୍କ ରାତ୍ର ପହୁଡ଼ ହେବନାହିଁ। ଆଜି ବସିଥିବା ଶ୍ରୀମନ୍ଦିର ନୀତି ସବ୍‌ କମିଟି ବୈଠକରେ ଏସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ବୈଠକରେ ଆସନ୍ତା ୧୬ ତାରିଖରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହାଛଡ଼ା ୧୫ ତାରିଖରେ ପଡୁଥିବା ଧନୁ ସଂକ୍ରାନ୍ତି ଓ ଜାନୁଆରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।

Comments are closed.