ଗୀତା ଉପଦେଶ: ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ ସ୍ୱେଚ୍ଛାରେ ଶାରୀରିକ ସୁଖତ୍ୟାଗ କରି, ସଂଯମ ଆଚରଣ କରିଥାଆନ୍ତି

ପୁଣ୍ୟୋ ଗନ୍ଧଃ ପୃଥିବ୍ୟାଂ ଚ ତେଜଶ୍ଚାସ୍ମି ବିଭାବସୌ। ଜୀବନଂ ସର୍ବଭୂତେଷୁ ତପଶ୍ଚାସ୍ମି ତପସ୍ୱିଷୁ ।

ଭଗବାନ ଶ୍ରୀକୃଷ୍ଣ ନିଜର ବିଭୁତି ବିଷୟରେ କହିବାକୁ ଅର୍ଜୁନଙ୍କୁ କହୁଛନ୍ତି –

ମୁଁ ପୃଥିବୀର ବିଶୁଦ୍ଧ ସୁଗନ୍ଧ ଏବଂ ଅଗ୍ନିର ଉଜ୍ଜ୍ୱଳତା ଅଟେ । ମୁଁ ସମସ୍ତ ପ୍ରାଣୀଙ୍କର ଜୀବନ ଶକ୍ତି ଏବଂ ତପସ୍ୱୀଙ୍କର ସାଧନା ଅଟେ।

ଅର୍ଥାତ ସେ କିପରି ସମସ୍ତ ବସ୍ତୁର ମୌଳିକ ଗୁଣ ଅଟନ୍ତି, ଶ୍ରୀକୃଷ୍ଣ ତାହାର ବର୍ଣ୍ଣନା ଅବ୍ୟାହତ ରଖିଛନ୍ତି । ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ ସ୍ୱେଚ୍ଛାରେ ଶାରୀରିକ ସୁଖତ୍ୟାଗ କରି, ସଂଯମ ଆଚରଣ କରିଥାଆନ୍ତି । ଭଗବାନ କହୁଛନ୍ତି ଯେ ସେମାନଙ୍କ ସଂଯମର କ୍ଷମତା ସେ ଅଟନ୍ତି । ସେ ଧରଣୀର ବିଶେଷତ୍ୱ, ସୁଗନ୍ଧ ଅଟନ୍ତି ଏବଂ ଅଗ୍ନିଶିଖାର ଉଜ୍ଜ୍ୱଳତା ମଧ୍ୟ ସେ ଅଟନ୍ତି।

Comments are closed.