ବ୍ରହ୍ମପୁର ଆଇଟିଆଇ ସୌର ଶକ୍ତି ପ୍ରଶିକ୍ଷଣ ନୋଡାଲ୍ କେନ୍ଦ୍ର

ବ୍ରହ୍ମପୁର: ଏବେ ପାରମ୍ପରିକ ଇନ୍ଧନ ବଦଳରେ ଅଣପାରମ୍ପରିକ ଶକ୍ତି ଯଥା ପବନ ଶକ୍ତି, ସୌର ଶକ୍ତି, ଆଣବିକ ଶକ୍ତିକୁ ଗୁରୁତ୍ବ ଦିଆଯାଉଛି। ଏହିପରି ଅସରନ୍ତି ଶକ୍ତିକୁ ବ୍ୟବହାର କରି ଆଜିକାର ସମୟରେ ବ୍ୟାପକ ଉନ୍ନୟନ, ନିର୍ମାଣ କାର୍ଯ୍ୟ କରାଯାଇଥାଏ। ଏଣୁ ସୌର ଶକ୍ତିକୁ ବିନିଯୋଗ କରିବା ନେଇ ବ୍ୟାପକ ଭିତ୍ତିଭୂମି ବିକଶିତ କରାଯାଉଛି। ଏହି କ୍ରମରେ ବ୍ରହ୍ମପୁରସ୍ଥିତ ସରକାରୀ ଆଇଟିଆଇ ଏକ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଛି। ବ୍ରହ୍ମପୁର ଆଇଟିଆଇ ସୌର ଶକ୍ତି ସମ୍ପର୍କିତ ପ୍ରଶିକ୍ଷଣ ନୋଡାଲ୍ କେନ୍ଦ୍ର ଭାବେ ମାନ୍ୟତା ପାଇଛି।

ଏଠାରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ତିନି ମାସ ଧରି ତାଲିମ ଦିଆଯାଇ ନିଯୁକ୍ତିଯୋଗ୍ୟ କରାଯିବାକୁ ଲକ୍ଷ୍ୟ ରହିଛି। ପୂର୍ବରୁ ବଛାଯାଇଥିବା ପ୍ରଶିକ୍ଷାର୍ଥୀଙ୍କୁ ଆସନ୍ତା ସପ୍ତାହରୁ ତାଲିମ ପ୍ରଦାନ ଆରମ୍ଭ ହେବ। ସେମାନଙ୍କୁ ସୌର ଶକ୍ତି ସମ୍ପର୍କରେ ତାଲିମ ଦିଆଯାଇ କୁଶଳୀ କାରିଗର ଭାବେ ଗଢାଯିବ ଯେଉଁମାନେ ସୋଲାର୍ ଏନର୍ଜି ମେସିନ୍ ବ୍ୟବହାର, ମରାମତି ଓ ରକ୍ଷଣାବେକ୍ଷଣ ଦିଗରେ ସହାୟକ ହୋଇପାରିବେ। ଏହି ତାଲିମ ପ୍ରଦାନ କରିବ ବ୍ରହ୍ମପୁର ଆଇଟିଆଇ। ନୂଆ ଓଡ଼ିଶା କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏବଂ ପ୍ରମୁଖ ସଚିବ ଉଷା ପାଢ଼ୀ ବ୍ରହ୍ମପୁର ଆଇଟିଆଇକୁ ଏଭଳି କେନ୍ଦ୍ରର ମାନ୍ୟତା ଦେଇଛନ୍ତି। ଏଠାରୁ ପ୍ରଶିକ୍ଷିତ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ନିଶ୍ଚିତ କରାଯିବ ସେମାନଙ୍କ ତାଲିମ କୌଶଳ ଜ୍ଞାନ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ବିଏମସି କମିଶନର୍ ଜେ.ସୋନାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ସରକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ ସହ ଚୁକ୍ତି କରିଛନ୍ତି। ଏହା ଜରିଆରେ ଏଣିକି ଆଇଟିଆଇ ଛାତ୍ରଛାତ୍ରୀ ସରଳ ପଦ୍ଧତିରେ ଯୁକ୍ତ ଦୁଇ ପ୍ରମାଣପତ୍ର ହାସଲ କରିପାରିବେ ବୋଲି ଅଧ୍ୟକ୍ଷ ଡ ରଜତ ପାଣିଗ୍ରାହୀ କହିଛନ୍ତି।

Comments are closed.