ଆୟକର ରେଡ୍ ସହ ଖୋଲିବାରେ ଲାଗିଛି ମଦ ମାଲିକଙ୍କ କଳାଟଙ୍କା ଗୁମର, ପୁଳା ପୁଳା ଟଙ୍କାର ଗଣତି ଜାରି

ବଲାଙ୍ଗିର – ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ ସହ ଦିନକୁ ଦିନ ମଦଭାଟି ମାଲିକଙ୍କ କଳାଟଙ୍କା ସାମ୍ରାଜ୍ୟର ଗୁମର ଖୋଲିବାରେ ଲାଗିଛି । ଚଢାଉ ପରେ ମିଳୁଛି ପୁଳା ପୁଳା ଟଙ୍କା ବିଡ଼ା । ସ୍ଥିତି ଏମିତି ହୋଇଛି ଯେ,ଟଙ୍କା ଗଣିବାକୁ ମେସିନ ବି କମ ପଡୁଛି । ଆଜି ଚତୁର୍ଥ ଦିନରେ ଜବତ ଟଙ୍କା ଗଣା ଚାଲିଛି। ବଲାଙ୍ଗୀର ଏସବିଆଇ ମୁଖ୍ୟ ଶାଖାରେ ଆଇଟି ଅଧିକାରୀମାନେ ପହଞ୍ଚିଛନ୍ତି । ଟଙ୍କା ଗଣିବା ପାଇଁ ଏସବିଆଇ ମୁଖ୍ୟ ଶାଖାକୁ ବିଭିନ୍ନ ବ୍ୟାଙ୍କରୁ ଅତିରିକ୍ତ ନୋଟ ଗଣତି ମେସିନ ଅଣାଯାଇଛି ।

ଗତକାଲି ବଲାଙ୍ଗୀର ସୁଦପଡ଼ା ମଦଭାଟି ମାଲିକଙ୍କ ସମ୍ପର୍କୀୟଙ୍କ ଘରେ ପୁଣି ଥରେ ଆଇଟି ଅଧିକାରୀ ଚଢ଼ାଉ କରିଥିଲେ । ବଣ୍ଟି ସାହୁ ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୨୩୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିବା ଅନୁମାନ କରାଯାଉଛି ।

Comments are closed.