ମାନବାଧିକାର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ପାଳନ କରାଯାଏ ମାନବାଧିକାର ଦିବସ । ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାରକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଭାବେ ଦେଖିବା ଜରୁରୀ । ମାନବାଧିକାର ଦିବସ ଅବସରରେ ସାମଗ୍ରିକତା, ସମାନତା ଓ ଶାନ୍ତି ପାଇଁ ପୁନଃ ପ୍ରତିବଦ୍ଧତା ସହ ସମସ୍ତଙ୍କ ପାଇଁ ସମ୍ମାନ ଓ ନ୍ୟାୟ ନିଶ୍ଚିତ ହୋଇପାରୁଥିବା ଏକ ବିଶ୍ୱ ଗଢ଼ିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.