ହାତୀ ଆକ୍ରମଣରେ ନର୍ଲା ବନ ଅଧିକାରୀଙ୍କ ମୃତ୍ୟୁ

ଭବାନୀପାଟଣା – ହାତୀ ଆକ୍ରମଣରେ ରାଜ୍ୟରେ ଆଉ ଜଣଙ୍କର ଜୀବନ ଯାଇଛି । ଏଥର ଜଣେ ବନ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନର୍ଲା ଫରେଷ୍ଟ ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲ । ମିଳିଥିବା ସୂଚନା ଅନୁସାରେ ପ୍ରଶାନ୍ତ ଅନ୍ୟ ବନ କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲେ ମଧ୍ୟ ସେଠାରେ ସେ ଆଖି ବୁଜିଥିଲେ।

Comments are closed.