ବାହାଘର ଭୋଜିକୁ ଯାଉଥିବା ବେଳେ ଗଛରେ ପିଟିହେଲା କାର୍, ୨ ମୃତ

କଟକ – ରାଜ୍ୟରେ ଆଉ ଏକ ସଡକ ଦୁର୍ଘଟଣା। ପୁଣି ଯାଇଛି ଜୀବନ । ବାଙ୍କୀରେ ଏକ କାର୍ ଗୋଟିଏ ଗଛରେ ପିଟି ହୋଇଯିବାରୁ ୨ ଜଣଙ୍କର ପ୍ରାଣହାନି ହୋଇଛି । ବାଙ୍କୀ ରଣଶଙ୍ଖ ନିକଟରେ ଘଟିଛି ଦୁର୍ଘଟଣା। କାରରେ ଥିବା ଯାତ୍ରୀ ଏକ ବାହାଘରେ ଯୋଗ ଦେବା ପାଇଁ ବାଙ୍କୀ ମୁକୁନ୍ଦପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଓ ଆହତମାନେ ଆଠଗଡର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ କାର୍ ଡ୍ରାଇଭର ଫେରାର ହୋଇଯାଇଛି ।

Comments are closed.