୫ ଦିନର ଅବିରତ ଗଣତି ଶେଷ, ମଦ କମ୍ପାନିର ମୋଟ ୩୫୧ କୋଟି ଟଙ୍କା ଜବତ

ବଲାଙ୍ଗୀର – ଆୟକର ବିଭାଗର ଚଢ଼ାଉ ପରେ ଜବତ ହୋଇଥିବା ମଦ କମ୍ପାନିର କଳା ଟଙ୍କା ଗଣତି ଶେଷ ହୋଇଛି। ମୋଟ ୩୫୧ କୋଟି ଟଙ୍କା ଜବତ କରାଯାଇଛି। କେବଳ ବଲାଙ୍ଗୀରରୁ ଜବତ ହୋଇଛି ୨୮୪ କୋଟି ଟଙ୍କା। ଏତେ ଟଙ୍କା କେଉଁଠାରୁ ଆସିଲା ଓ ମଦ କମ୍ପାନୀ କେବେଠାରୁ ଟିକସ ଫାଙ୍କି ଆସୁଛନ୍ତି, ସେ ସବୁର ହିସାବ କରିବ ଆୟକର ବିଭାଗ । ଏଥିପାଇଁ ଜବତ କାଗଜପତ୍ର ଯାଞ୍ଚ କରୁଛି ଆୟକର ବିଭାଗ । ପାଞ୍ଚ ଦିନର ଅବିରତ ଗଣନାରେ ୨୫ଟି ମେସିନ ଓ ୫୦ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଏହି ମଦ କଳାଟଙ୍କା ସାମ୍ରାଜ୍ୟ ସହ ଝାଡ଼ଖଣ୍ଡର ଜଣେ କଂଗ୍ରେସ ସାଂସଦଙ୍କୁ ଲିଙ୍କ କରାଯାଉଛି ।

Comments are closed.