ରାଜ୍ୟକୁ ଫେରିଲା ଶୀତ , ଜି. ଉଦୟଗିରି ରାଜ୍ୟର ଥଣ୍ଡା ସହର

ଭୁବନେଶ୍ୱର – କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ଶୀତ ଫେରିଛି। ଅଧିକାଂଶ ସ୍ଥାନର ରାତି ତାପମାତ୍ରା ହ୍ରାସ ପାଇଛି । ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି। ଏଠାରେ ସର୍ବନିମ୍ନ ରାତି ତାପମାତ୍ରା ୭ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କେନ୍ଦୁଝର ଓ କିରେଇର ରାତି ତାପମାତ୍ରା ୯ ଦଶମିକ ୪ ଡିଗ୍ରୀ ସେଲସିୟସ ଥିବା ବେଳେ ଦାରିଙ୍ଗବାଡିର ତାପମାତ୍ରା ୯ ଦଶମିକ ୫ ଡିଗ୍ରୀ ସେଲସିୟସ ରହିଥିଲା । ଫୁଲବାଣୀରେ ସର୍ବନିମ୍ନ ରାତି ତାପମାତ୍ରା ୧୦ , ଅନୁଗୋଳରେ ୧୦.୬, ସୁନ୍ଦରଗଡ଼ରେ ୧୧, କୋରାପୁଟରେ ୧୧.୨ ଓ ରାଉରକେଲାରେ ୧୧. ୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ବର ଓ କଟକର ରାତି ତାପମାତ୍ରା ମଧ୍ୟ ହ୍ରାସ ପାଇଛି। ଦୁଇ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କଟକରେ ରାତିର ସର୍ବନିମ୍ନ ତାପମାତ୍ର ୧୪ .୫ ଓ ଭୁବନେଶ୍ୱରରେ ୧୪ .୬ ଡିଗ୍ରୀ ସେଲସିୟସ ରହିଛି ।

Comments are closed.