ରାୟଗଡ଼ା – ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତିଚାରି ଜଣ ନକଲି ମାଓବାଦୀ । ଅଭିଯୁକ୍ତମାନେ ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡିମୁଣ୍ଡି ଗ୍ରାମର ପରମାନନ୍ଦ ନାଏକଙ୍କୁ ମାଓବାଦୀ ନାମରେ ଧମକ ଦେଇ ୬୦ ଲକ୍ଷ ଟଙ୍କା ମାଗୁଥିଲେ। ପୁଲିସ ଏହାର ତଦନ୍ତ କରି ଦୁଇ ଯୁବତୀଙ୍କ ସହ ଚାରିଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଶୀପୁର ଥାନା ଅନ୍ତର୍ଗତ ମାଳି ଗାଁର ପିଣ୍ଟୁ ଓରଫ ରମେଶ ନାଏକ, କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ମଣ୍ଡଳ ଗ୍ରାମର ସୂର୍ଯ୍ୟ ଓରଫ ଯଶୋବନ୍ତ ନାଏକ, ପତ୍ନୀ ବର୍ଷା ନାଏକ ଏବଂ ଝାରସୁଗୁଡା ଅଞ୍ଚଳର କଲ୍ୟାଣୀ ପଞ୍ଚ ଭୟା । ମାଓବାଦୀ ନାମରେ ଧମକ ମିଳୁଥିବା ନେଇ ପରମାନନ୍ଦ ନାଏକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ଏସଡିପିଓଙ୍କ ନେତୃତ୍ୱରେ ଦୋରା ଗୁଡ଼ା ଥାନା ଆଇଆଇସି କିରଣ ବାଳା ସାମଲ ଓ ପୋଲିସ ଟିମ ଏହାର ତଦନ୍ତ କରି ଚାରି ନକଲି ମାଓବାଦୀଙ୍କୁ ଗିରଫ କରିଛନ୍ତି ।ଏଥିସହ ଦୁଇଟି ମାଓ ଲିଫଲେଟ ଏବଂ ଚାରୋଟି ମୋବାଇଲ ମଧ୍ୟ ଜବତ ହୋଇଛି ।
Comments are closed.