ସଂସଦ ସୁରକ୍ଷା ଭେଦ ଘଟଣାରେ ୬ ଜଣ ଥିଲେ ସାମିଲ, ଗୁରୁଗ୍ରାମରୁ ପଞ୍ଚମ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ବଳୟ ଭେଦ ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ସହ ଅନ୍ୟ ଦୁଇ ଜଣ ଲୋକ ମଧ୍ୟ ସାମିଲ ଥିଲେ । ଗୁରୁଗ୍ରାମରୁ ପଞ୍ଚମ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ସମସ୍ତ ୬ ଜଣ ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ ଓ ଗୁରୁଗ୍ରାମର ଏକ ଘରେ ରହୁଥିଲେ। ସଂସଦରେ ଅନୁପ୍ରବେଶ ଘଟଣା ଏକ ସୁଚିନ୍ତିତ ଯୋଜନା ଥିଲା ବୋଲି ଦିଲ୍ଲୀ ପୋଲିସ କହିଛି ।

ବୁଧବାର ଲୋକସଭା ସୁରକ୍ଷା ଭେଦ ଘଟଣାରେ ସଂସଦ ବାହାରେ ଅମୋଲ ସିନ୍ଦେ ଏବଂ ନୀଲମ ନାମକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଲୋକସଭା ଭିତରେ ସାଗର ଶର୍ମା ଏବଂ ମନୋରଞ୍ଜନ ଡି’ ନାମକ ଦୁଇ ଯୁବକ ଧରାପଡିଥିଲେ। ଲଲିତ ଏବଂ ବିକ୍ରମ ନାମକ ସେମାନଙ୍କ ଅନ୍ୟ ଦୁଇ ସହଯୋଗୀଙ୍କ ମଧ୍ୟରୁ ଜଣକୁ ପୋଲିସ ଗିରଫ କରିଥିବା କୁହାଯାଇଛି।

ସଂସଦ ଗୃହ ବାହାରେ ହଳଦିଆ ଓ ନାଲି ଧୂଆଁ ସ୍ପ୍ରେ କରି ସ୍ଲୋଗାନବାଜି କରି ବିରୋଧ କରୁଥିବା ଅମୋଲ ଏବଂ ନୀଲମଙ୍କୁ ଗିରଫ କରାଯାଇଥିଲା । ସଂସଦ ଭିତରେ ଦର୍ଶକ ଗ୍ୟାଲେରୀରୁ ଦୁଇ ଯୁବକ ଲୋକସଭାକୁ ଡେଇଁବା ସହ ଏକ କ୍ୟାନ୍ ରୁ ହଳଦିଆ ଏବଂ ନାଲି ଧୂଆଁ ଛାଡ଼ିବାର କିଛି ମିନିଟ୍ ପରେ ଏହି ଘଟଣା ଘଟିଥିଲା | ଲୋକସଭାରେ ଏହି ଘଟଣା ଯୋଗୁଁ ସାଂସଦଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଚାରି ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ । ଏବଂ ସେମାନଙ୍କ ସହିତ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଥିଲେ ।

ପୋଲିସ ସୂତ୍ରରୁ ପ୍ରକାଶ ଏହି ଘଟଣାରେ ଚାରି ଜଣଙ୍କୁ ଧରାଯାଇଥିବା ବେଳେ ପଞ୍ଚମ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଦୁଇ ଅଭିଯୁକ୍ତ ଏବଂ ଚାରି ଅଭିଯୁକ୍ତ ଗୁରୁଗ୍ରାମର ଏକ ଘରେ ରହିଥିଲେ । ସଂସଦରେ ଅନୁପ୍ରବେଶ ଏକ ପୂର୍ବ ନିର୍ଦ୍ଧାରିତ ଯୋଜନା ଥିଲା। ଅଭିଯୁକ୍ତଙ୍କ ପାଖରେ ଥିବା ସବୁ ସାମଗ୍ରୀ ପୋଲିସ ଜବତ କରିଛି । ତେବେ ସେମାନଙ୍କ ମୋବାଇଲ୍ ଫୋନ୍ ମିଳିନାହିଁ। ପୋଲିସ ସେମାନଙ୍କ ଫୋନ୍ ଖୋଜୁଛି। ଲୋକସଭାରେ ଅନୁପ୍ରବେଶ କରି ଗ୍ୟାସ୍ ସ୍ପ୍ରେ କରିଥିବା ଦୁଇ ଯୁବକଙ୍କୁ ମହୀଶୂରର ବିଜେପି ସାଂସଦ ପାସ୍ ଦେଇଥିଲେ ବୋଲି ଜଣାପଡିଛି ।

୨୦୦୧ର ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ଏହି ସାଂଘାତିକ ଘଟଣା ଘଟିବା ପରେ ସୁରକ୍ଷା ବ୍ୟବସ୍ଥା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୦୧ ମସିହାରେ ପାକିସ୍ତାନ ଭିତ୍ତିକ ଲସ୍କର-ଏ-ତଇବା ଓ ଜୈଶ-ଏ-ମହମ୍ମଦ ସଂଗଠନର ଆତଙ୍କବାଦୀମାନେ ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ । ସେହି ଆତଙ୍କବାଦୀ ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

Comments are closed.