ଆଜି କୋରାପୁଟରେ ଗଡିବ ଲକ୍ଷ୍ମୀ 

ଭୁବନେଶ୍ୱର – ଆଜି କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ । ରାଜ୍ୟର ପ୍ରତି ପଞ୍ଚାୟତରୁ ବ୍ଲକ୍ ଓ ସହର ଯାଏଁ ସୁଲଭ ଯାତ୍ରୀ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲକ୍ଷ୍ମୀ ବସ୍ ସେବା । ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏହି ବସ୍ ସେବା ଆରମ୍ଭ କରାଯାଇଥିଲା । ପରେ କଳାହାଣ୍ଡି , ଗଜପତି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରେ ଗଡିଥିଲା ବସ୍ । ରାଜ୍ୟ ସରକାରଙ୍କ ଲୋକେସନ ଆକ୍ସେସିସବଲ୍ ମଲଟି ମୋଡାଲ୍ ଇନିସିଏଟିଭ  (ଏଲଏସିଏମଏମଇ) ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ସୁଲଭ ମୂଲ୍ୟରେ ଓ ସୁରକ୍ଷିତ ଭାବେ ବସ୍ ସେବା ଯୋଗାଇ ଦିଆଯାଉଛି । ମହିଳାମାନଙ୍କ ଯିବା ଆସିବା ଦେୟ ମାତ୍ର ୫ ଟଙ୍କା ରହିଛି। ଲକ୍ଷ୍ମୀ ବସରେ ଯାତ୍ରୀଙ୍କ କ୍ୟାସଲେସ ପେମେଣ୍ଟ ପାଇଁ ଗତକାଲି ୟୁପିଆଇ କ୍ୟୁଆର କୋଡ୍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।

Comments are closed.