ରାଜ୍ୟରେ ଶୀତ ଲହରୀ ଜାରି , ୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଅନେକ ସ୍ଥାନରେ ରାତି ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି। ୭ ଡିଗ୍ରୀ ସେଲସିୟସ ସହ ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ହୋଇଛି। କିରେଇ ଓ ଫୁଲବାଣୀରେ ରାତି ତାପମାତ୍ରା ୯ ଡିଗ୍ରୀ ସେଲସିୟସ ଥିବା ବେଳେ ଦାରିଙ୍ଗବାଡ଼ିରେ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରହିଥିଲା।

କେନ୍ଦୁଝରରେ ରାତି ତାପମାତ୍ରା ୧୦.୨, କୋରାପୁଟରେ ୧୦.୪, ସୁନ୍ଦରଗଡ଼ରେ ୧୦.୬ ଓ ସେମିଳିଗୁଡାରେ ୧୦.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଭୁବନେଶ୍ବର ଏବଂ କଟକର ତାପମାତ୍ରା ୧୫ .୫ ଡିଗ୍ରୀ ସେଲସିୟସ ରହିଛି । ଉପକୂଳ ଅପେକ୍ଷା ଦକ୍ଷିଣ-ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡିଶାରେ ଅଧିକ ଶୀତ ଅନୁଭୂତ ହେଉଛି।

Comments are closed.