ବିଜେପି ସହ ମେଣ୍ଟ ନେଇ ଜେଡିଏସ୍ ଦୁଇଫାଳ, ନିଜକୁ ପ୍ରକୃତ ଜେଡିଏସ୍ ଦାବି କଲା ବିଦ୍ରୋହୀ ଗୋଷ୍ଠୀ

ବେଙ୍ଗାଲୁରୁ: ବିଜେପି ସହ ମେଣ୍ଟକୁ ନେଇ ଦୁଇଫାଳ ହୋଇଛି ଜେଡି(ଏସ୍) । ଏହି ନିଷ୍ପତ୍ତିକୁ ବିରୋଧ କରି ଜେଡି(ଏସ୍)ରୁ ଅଲଗା ହୋଇଥିବା ବିଦ୍ରୋହୀ ଗୋଷ୍ଠୀ ନିଜକୁ ପ୍ରକୃତ ଜେଡିଏସ୍ ବୋଲି ଦାବି କରିଛି । ଏହାଛଡ଼ା ବିଦ୍ରୋହୀ କ୍ୟାମ୍ପ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଓ ଏଚଡି କୁମାରସ୍ବାମୀଙ୍କୁ ଦଳରୁ ବହିଷ୍କୃତ କରିଛି । ଦେବଗୌଡାଙ୍କ ସ୍ଥାନରେ ସି.କେ ନାନୁଙ୍କୁ ଦଳର ନୂଆ ଜାତୀୟ ସଭାପତି ଭାବେ ଘୋଷଣା କରାଯାଇଛି । ଜେଡିଏସ୍ ବିଦ୍ରୋହୀ ଗୋଷ୍ଠୀକୁ ସିଏମ୍ ଇବ୍ରାହିମଙ୍କ ପରି ନେତାଙ୍କ ସମର୍ଥନ ରହିଛି। ଦଳର ଜାତୀୟ ଉପାଧ୍ୟକ୍ଷ ପଦରୁ ନାନୁଙ୍କୁ ବହିଷ୍କୃତ କରିଦେଇଥିଲେ ଦେବଗୌଡା । ତେବେ ସାନୁଙ୍କ ନେତୃତ୍ଵାଧୀନ ବିଦ୍ରୋହୀ ଗୋଷ୍ଠୀ ଏବେ ଦଳ ଉପରେ ଅଧିକାର ଦାବି କରିଛି ।

ନାନୁଙ୍କ ଅଧ୍ୟକ୍ଷତାରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଜେଡିଏସ୍ ବିଦ୍ରୋହୀ ଗୋଷ୍ଠୀର ଜାତୀୟ ଅଧିବେଶନରେ ବିଦ୍ରୋହୀ ଗୋଷ୍ଠୀ ନିଜକୁ ପ୍ରକୃତ ଜେଡିଏସ୍ ବୋଲି ଦାବି କରିବା ସହ ‘ଇଣ୍ଡିଆ’ ମେଣ୍ଟକୁ ସମର୍ଥନ କରିବାକୁ ଘୋଷଣା କରିଛି।

Comments are closed.