କାଲି ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ , ୨୬ରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳର ପ୍ରସ୍ତୁତି

ଭୁବନେଶ୍ୱର- ଆସନ୍ତାକାଲି ବସିବ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ। ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଯୋଗଦେବେ କାର୍ଯ୍ୟକାରିଣୀ । ଏଥିରେ କାର୍ଯ୍ୟକାରିଣୀ ସଦସ୍ୟ, ବିଧାୟକ, ସାଂସଦ ଓ ନେତାମାନେ ଯୋଗ ଦେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ଚଳିତମାସ ୨୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଛି ବିଜେଡି । ୨୭ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ଏଥିପାଇଁ ପ୍ରତି ବ୍ଲକ୍‌, ପୌରାଞ୍ଚଳ ଓ ନିର୍ବାଚନମଣ୍ଡଳୀରେ ସମାରୋହ ହେବ । ଦଳର ସବୁ କର୍ମୀଙ୍କୁ ଗଣଦୌଡ଼, ସଭା, ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ଦଳପକ୍ଷରୁ ଆଜି ପ୍ରେସମିଟରେ ସୂଚନା ଦିଆଯାଇଛି।

ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ।
ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ। ଦଳର ପ୍ରତିଷ୍ଠା ଦିବସରେ ଆନନ୍ଦ ଭବନରୁ ଶଙ୍ଖ ଭବନକୁ ଏକ ସାଇକେଲ ରାଲି ଆୟୋଜନ କରାଯିବ ।

ରାଜ୍ୟବାସୀଙ୍କ ସେବା ପାଇଁ ଦଳର କର୍ମକର୍ତ୍ତା ସଙ୍କଳ୍ପ ନେବାକୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି।

Comments are closed.