ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ ନୟାଗଡ଼ ଜିଲ୍ଲା ସବ୍ ରେଜିଷ୍ଟ୍ରାର 

ନୟାଗଡ – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନୟାଗଡ଼ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଗିରଫ ଶାଶ୍ୱତ ପଟ୍ଟନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ବୁଧବାର ଶାଶ୍ୱତଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ନୟାଗଡ଼ ଓ କେନ୍ଦ୍ରାପଡା ଜିଲ୍ଲାର ୬ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ନୟାଗଡ଼ର ଦେବୋତ୍ତର କଲୋନୀରେ ଥିବା ଭଡ଼ାଘର, କେନ୍ଦ୍ରାପଡା ଜିଲ୍ଲା ତଳବାରଙ୍ଗରେ ଥିବା ଘର, ନୟାଗଡ଼ ଡିଏସଆର ଅଫିସ, କେନ୍ଦ୍ରାପଡା ଜିଲ୍ଲା ତଳଗାଁରେ ଥିବା ପୈତୃକ ଘର, କେନ୍ଦ୍ରାପଡା ପେଣ୍ଠରେ ସମ୍ପର୍କୀୟଙ୍କ ଘର ଓ କେନ୍ଦ୍ରାପଡା ଜିଲ୍ଲା ଦଳନ୍ତାରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢାଉ ପରେ ଶାଶ୍ୱତଙ୍କ ଦରମା ତୁଳନାରେ ଆୟ ୭୯ ପ୍ରତିଶତ ଅଧିକ ଥିବା ଜଣାପଡିଥିଲା ।

Comments are closed.