ବଣଭୋଜି ସାରି ଅଟୋରେ ଫେରୁଥିବା ବେଳେ ଧକ୍କା ଦେଲା ହାଇୱା, ୫ ମୃତ

ସୁନ୍ଦରଗଡ଼ – ସୁନ୍ଦରଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ଘଟିଛି ଦୁର୍ଘଟଣା । ଏକ ଯାତ୍ରୀବାହୀ ଅଟୋକୁ ଏକ ହାଇୱା ଧକ୍କା ଦେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଜଣେ ଶିଶୁ ଓ ମହିଳା ଗୁରୁତର ଆହତ ହୋଇଛନ୍ତି। ଅଟୋରେ ଥିବା ଯାତ୍ରୀମାନେ ବଣଭୋଜି କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଗୁରୁତର ଆହତ ଦୁଇଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Comments are closed.