ରେଳଧାରଣାରୁ ମିଳିଲା ହୋମଗାର୍ଡଙ୍କ ମୃତଦେହ

ରାୟଗଡା – ରେଳଧାରଣାରୁ ଠାବ ହୋଇଛି ଜଣେ ହୋମଗାର୍ଡଙ୍କ ମୃତଦେହ । ହୋମଗାର୍ଡ ଇଶ୍ବର ରାଓଙ୍କ ମୃତଦେହ ରେଳ ଧାରଣାରୁ ମିଳିଛି। ସେ ରାୟଗଡ଼ା ଏସପିଙ୍କ ଆବାସିକ କାର୍ଯ୍ୟାଳୟରେ ନିୟୋଜିତ ଥିଲେ । ଇଶ୍ୱର ରାୟ ଛୁଟି ନେଇ ଗତ ୩ ଦିନ ବିଶାଖାପାଟଣା ଯାଇଥିଲେ।

ଗତରାତିରେ ରାୟଗଡ଼ା ଷ୍ଟେସନର ୫୦ ମିଟର ପୂର୍ବରୁ ଟ୍ରାକରୁ ତାଙ୍କ ମୃତଦେହ ମିଳିଛି । ଏ ଖବର ପ୍ରଚାରିତ ହେବା ପରେ ରେଳ ବିଭାଗ କର୍ତ୍ତୃପକ୍ଷ, ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।
ଇଶ୍ୱରଙ୍କ ମୃତ୍ୟୁ ନେଇ ଦୁର୍ଘଟଣା ଜନିତ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ ।

Comments are closed.