ଇସ୍ପାତ ନଗରୀରେ ଝାଡ଼ାବାନ୍ତି , ୬ ଜଣଙ୍କ ମୃତ୍ୟୁ ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ବର – ଇସ୍ପାତ ନଗରୀ ରାଉରକେଲାରେ ବ୍ୟାପିଛି ଝାଡ଼ାବାନ୍ତି । ଏ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି। ଝାଡ଼ାବାନ୍ତିରେ ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୪୩ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ୧୬୨ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛଳ। ସେଥିମଧ୍ୟରୁ ୨୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗୋଟିଏ କି ଦୁଇଟା ନୁହେଁ,୧୨ ରୁ ୧୪ଟି ୱାର୍ଡରୁ ଝାଡ଼ାବାନ୍ତି କେସ୍ ଆସୁଛି । ସ୍ଥିତି ଦୃଷ୍ଟିରୁ ୬ଟି ରାପିଡ ରେସପନ୍ସ ଟିମ ନିୟୋଜିତ ହୋଇଛନ୍ତି।

ସୁନ୍ଦରଗଡ଼ ମେଡିକାଲ କଲେଜରୁ ୪ ଜଣ ଫ୍ୟାକଲିଟିଙ୍କୁ ନିୟୋଜିତ କରାଯାଇଛି। ସିଡିଏମଓଙ୍କ ତରଫରୁ ୪ ଜଣ ଜୁନିଅର ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ୧୨ ଜଣ ଷ୍ଟାଫ୍ ନର୍ସଙ୍କୁ ସେଠାକୁ ପଠାଯାଇଛି। ଦୁଇ ଟେକ୍ନିସିଆନଙ୍କୁ ପଠାଯାଉଛି। ଆବଶ୍ୟକୀୟ ଔଷଧ ମହଜୁଦ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Comments are closed.