କୋଭିଡର ନୂଆ ଭାରିଆଣ୍ଟ ନେଇ ସବୁ ରାଜ୍ୟକୁ ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ – ପୁଣି ଥରେ କୋଭିଡ ଆତଙ୍କ। କୋରୋନା ଭାଇରସର ଏକ ନୂଆ ଭାରିଆଣ୍ଟ ଏବେ ଚିନ୍ତାରେ ପକାଇଛି । ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡ୍‌ର ଜେଏନ. ୧ ଭାରିଆଣ୍ଟ ଏବେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ଏ ନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ କରିବା ସହ ସ୍ଥିତି ସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାଓ୍ବାରି ଏସଏଆର ଆଇ ଏବଂ ଆଇଏଲଆଇ କେସ୍‌ ରିପୋର୍ଟ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ଅଧିକ ସଂଖ୍ୟାରେ ଆରଟି-ପିସିଆର ଟେଷ୍ଟ ସହ ପଜିଟିଭ୍‌ ନମୁନାର ଜିନମ୍‌ ସିକ୍ବେନ୍ସିଂ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ କେରଳ ଓ ଅନ୍ୟ କିଛି ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି।

Comments are closed.