ଏସଡିଏର ପୂର୍ବତନ ପ୍ଲାନିଂ ସଦସ୍ୟଙ୍କ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ

ସମ୍ବଲପୁର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ର‌ହିଛି । ଏ ପର୍ଯ୍ୟନ୍ତ ବନ୍ଦିତା ମହାପାତ୍ର ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ବିଭିନ୍ନ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ ।

ଭୁବନେଶ୍ୱର ୟୁନିଟ ୧୯ ସୌଭାଗ୍ୟ ନଗରରେ ଆନୁମାନିକ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନି ମହଲା କୋଠା, ଗାଡକଣ ସ୍ଥିତ ନେତାଜୀ ସୁବାସ ଏନକ୍ଲେଭରେ ଏକ ଫ୍ଲାଟ୍, ବାରିପଦା ଓ ଆଖପାଖ ଅଞ୍ଚଳରେ ୪ଟି ପ୍ଲଟ୍, ନଗଦ ୩ ଲକ୍ଷ ୭୭ ହଜାର ୩୩୮ ଟଙ୍କା, ୧ କୋଟିରୁ ଅଧିକ ମୁଚୁଆଲ୍ ଫଣ୍ଡ ଡିପୋଜିଟ୍ ଟଙ୍କା, ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଯାନ ଠାବ କରିଛି ଭିଜିଲାନ୍ସ। ଖାନତଲାସୀ ଜାରି ରହିଛି।

ଏସଡିଏର ପୂର୍ବତନ କନିଷ୍ଠ କିରାଣୀ ଲକ୍ଷ୍ମୀନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ।
ଭୁବନେଶ୍ବର, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ। ଏ ବର୍ଷ ସେପ୍ଟେମ୍ବର ମାସରେ ଉଭୟ ବନ୍ଦିତା ମହାପାତ୍ର ଓ କିରାଣୀ ଲକ୍ଷ୍ମୀନାରାୟଣ ସାମଲଙ୍କୁ ଗିରଫ କରିଥିଲା ପୋଲିସ।

Comments are closed.